କ୍ରୀଡ଼ା ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ବହୁ ଆଗରେ: ସିନିମୋଲ୍
![](https://osjaweb.org/wp-content/uploads/2025/01/NSP_1594.jpg)
Posted on: Jan 25 , 2025
ଭୁବନେଶ୍ବର, ୧୯/୧ (ଇମିସ): ‘ବିଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣା ଉପରେ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ଓଡ଼ିଶା ସହ ମୋର ସଂପର୍କ ବହୁ ପୁରୁଣା। କଟକରେ ଆୟୋଜିତ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରୁ ମୋର କ୍ୟାରିୟର ଆଗକୁ ବଢ଼ିଥିଲା।’ କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଜୁନ ପୁରସ୍କାର ବିଜୟିନୀ ଆଥଲେଟ୍ ସିନିମୋଲ୍ ପୌଲସ୍ ଏ କଥା କହିଛନ୍ତି।
ଚଳିତ ବର୍ଷ ପାଇଁ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟ୍ବଲ୍ ପ୍ରଶିକ୍ଷକ ମହମ୍ମଦ ସାହିଦ ଜବାରଙ୍କୁ ଜୀବନବ୍ୟାପୀ ସେବା ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବରେ ନଗଦ ୨୫ହଜାର ଲେଖାଏଁ ଟଙ୍କା, ପ୍ରଶସ୍ତିପତ୍ର, ଉତ୍ତରୀୟ ଓ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ହକି ଏଚ୍ପିସିଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଦୀପଙ୍କର ମହାପାତ୍ର, ଚେସ୍ ଗ୍ରାଣ୍ଡମାଷ୍ଟର୍ ସ୍ବୟଂସ ମିଶ୍ର ଓ ଭେଟେରାନ ହକି ପ୍ରଶିକ୍ଷକ ଅମୂଲ୍ୟ ନନ୍ଦ ବିହାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
‘ରାଜ୍ୟରେ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ସେମିତି ଆମ କ୍ରୀଡ଼ାବିତ୍ମାନଙ୍କର ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉଛନ୍ତି। ଆଗାମୀ ଜାତୀୟ କ୍ରୀଡ଼ାରେ ଆମ ରାଜ୍ୟ ଦଳ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା ରହିଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।
ପ୍ରଶିକ୍ଷକ ଶ୍ରୀ ନନ୍ଦ କହିଥିଲେ, ‘କ୍ରୀଡ଼ାର ପ୍ରଚାର ପ୍ରସାର ଓ ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଓଡ଼ିଶା ହକି ଆଜି ଯେଉଁଠି ବି ପହିଞ୍ଚିଛି ଖେଳାଳିମାନେ ଯେତିକି ପରିଶ୍ରମ କରିଛନ୍ତି। ଖେଳାଳିମାନଙ୍କୁ ଉତ୍ସାହିତ କରିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ନେଇଥାଏ।’
‘କ୍ରୀଡ଼ା ସାମ୍ବାଦିକମାନେ କେବଳ କ୍ରୀଡ଼ାର ପ୍ରଚାର ପ୍ରସାର କରନ୍ତି ନାହିଁ ବରଂ ଜଣେ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରନ୍ତି। ମୋ କ୍ଷେତ୍ରରେ ମଧ୍ୟ ଏହା ଘଟିଥିଲା। ସମସ୍ତ କ୍ରୀଡ଼ାବିତ୍ଙ୍କୁ ମୋର ପରାମର୍ଶ କଠିନ ପରିଶ୍ରମ କରନ୍ତୁ ସଫଳତା ନିଶ୍ଚିତ ମିଳିବ ବୋଲି କହିଥିଲେ ଜିଏମ୍ ସ୍ବୟଂସ।
‘ଓସ୍ଜା’ ସଭାପତି ସନ୍ଦୀପ ମିଶ୍ର କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ସୁରେଶ କୁମାର ସ୍ବାଇଁ ସଂଘର ଯାତ୍ରା ଓ ଆଗାମୀ ଲକ୍ଷ୍ୟ ସଂପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକାରୀ ସଭାପତି ସମ୍ବିତ ମହାପାତ୍ର ମଞ୍ଚ ପରିଚାଳନା ଏବଂ କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ‘ଓସ୍ଜା’ ବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ୨୦୧୮ରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି। ପ୍ରଥମ ବର୍ଷର ବିଜେତା ଥିଲେ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ଓ ଫୁଟ୍ବଲର୍ ଦେବ ସିଂହ।
୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ବକ୍ସିଂ ପ୍ରଶିକ୍ଷକ ବ୍ରଜଭୂଷଣ ମହାନ୍ତି। ୨୦୨୦ରେ ପାରା-ଆଥଲେଟ୍ ପ୍ରମୋଦ ଭଗତ ଓ ବିଶିଷ୍ଟ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍ ଗ୍ରାଣ୍ଡ ମାଷ୍ଟର ସ୍ବୟଂସ୍ ମିଶ୍ର ଓ ଦୌଡ଼କୁଦ ପ୍ରଶିକ୍ଷକ ଅରୁଣ ଦାସ, ୨୦୨୨ରେ ବିଶିଷ୍ଟ ବାସ୍କେଟବଲ୍ ଖେଳାଳି ଅରୂପାନନ୍ଦ ରାଉତରାୟ ଓ ହକି ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ୨୦୨୩ରେ ସାଇକ୍ଲିଷ୍ଟ୍ ସ୍ବସ୍ତି ସିଂହ ଓ ଓଡ଼ିଶାର ପ୍ରଥମ ଆନ୍ତର୍ଜ।ତିକ ହକି ଖେଳାଳି ପିଟର ତିର୍କି ତଥା ୨୦୨୪ରେ ଜାଭେଲିନ୍ ତାରକା କିଶୋର କୁମାର ଜେନା ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା ‘ଓସ୍ଜା’ ବାର୍ଷିକ ପୁରସ୍କାର।

![](http://osjaweb.org/wp-content/uploads/2025/01/NSP_1638.jpg)
![](http://osjaweb.org/wp-content/uploads/2025/01/NSP_1570.jpg)