କିଟ୍‌ରେ ଏସ୍‌ଜେଏଫ୍‌ଆଇ ନୂଆ କର୍ମକର୍ତା ସମ୍ବର୍ଦ୍ଧିତ

ଭୁବନେଶ୍ବର, ୨୯/୬: ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ) ଏବଂ ଓଡ଼ିଶା କ୍ରୀଡା ସାମ୍ବାଦିକ (ଓସ୍‌ଜା)ର ୪୦ ଜଣିଆ ପ୍ରତିନିଧି ମଣ୍ଡଳ ରବିବାର କିଟ୍ ଓ କିସ୍ ପରିଦର୍ଶନ କରିଥିଲେ। ସେମାନେ କିଟ୍ ଓ କିସ୍ ର ସମସ୍ତ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ସେଠାରେ ଥିବା ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ। ଏହି ଅବସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ଜେଏଫ୍‌ଆଇ ଓ ଓସ୍‌ଜାର ସଦସ୍ୟମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। କିଟ୍ ଓ କିସ୍ ତଥା ଏହାର କ୍ରୀଡ଼ା ଭିତ୍ତିଭୂମି ପରିଦର୍ଶନ କରି ପ୍ରତିନିଧି ମଣ୍ଡଳରେ ଥିବା ବହୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ସାମ୍ବାଦିକ ବିମୋହିତ ହେବା ସହ ପ୍ରତିଷ୍ଠାତା ପ୍ରଫେସର୍ ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।
ଏକ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରି ଶ୍ରୀ ସାମନ୍ତ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ‌ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ କ୍ରୀଡ଼ା ସାମ୍ବାଦିକ ପ୍ରତିନିଧି ମଣ୍ଡଳ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଓଡିଶା କ୍ରୀଡ଼ା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ସୁରେଶ ସ୍ଵାଇଁ ଓ ସଭାପତି ସନ୍ଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।